Sourindra Barik

Sourindra Barikସୌରୀନ୍ଦ୍ର ବାରିକ (୧୯୩୮-୨୦୧୬) ଆଧୁନିକ ଓଡ଼ିଆ କବ9;ତା ସାହିତ୍ୟରେ ସଂପର୍କର ମହନୀୟତାକୁ କଳାତ୍ମକ ରୂପ ପ୍ରଦାନ କରିଥିବା ଜଣେ ଭାବପ୍ରବଣ କବି ଭାବରେ ସୌରୀନ୍ଦ୍ର ବାରିକ ଜଣେ ଯଶସ୍ୱୀ ସ୍ରଷ୍ଟାପୁରୁଷ । ୧୯୩୮ ମସିହା ଅକ୍]ଟୋବର ୩ ତାରିଖରେ ମୟୂରଭଞ୍ଜ ଜିଲ୍ଲାସ୍ଥ ବାରିପଦାରେ ସେ ଭୂମିଷ୍ଠ ହୋଇଥିଲେ । ଇଂରାଜୀ ଭାଷା-ସାହିତ୍ୟର ଅଧ୍ୟାପନା ମଧ୍ୟରେ କବିତା, ପ୍ରବନ୍ଧ ଏବଂ ଅନୁବାଦ କର୍ମ ତାଙ୍କୁ ଓଡ଼ିଆ ସାହିତ୍ୟରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି । ତାଙ୍କର ସୃଷ୍ଟିଗୁଡ଼ିକ ମଧ୍ୟରେ ରହିଛି- 'ସାମାନ୍ୟ କଥନ', 'ଉପଭାରତ', 'ଆକାଶ ପରି ନିବିଡ଼', 'ଅନୁଭାରତ', 'ଚହଲା ଛାଇରେ ଘଡ଼ିଏ', 'ଗୁଣୁଗୁଣୁ ଚିତ୍ରପଟ', 'ଲୁହଠୁଁ ବି ଅନ୍ତରଙ୍ଗ', 'ଆମେ ଦୁହେଁ', 'ପଢ଼ ବା ନପଢ଼', 'ହଳଦୀବସନ୍ତ', 'ଯେତେସବୁ ବୀଥିକୁ ନେଇ', 'ଭାରି ମନେପଡ଼େ' ପ୍ରମୁଖ କବିତା ଗ୍ରନ୍ଥ । କବି ସୌରୀନ୍ଦ୍ର ବାରିକଙ୍କୁ 'ଆକାଶ ପରି ନିବିଡ଼' କବିତା ସଂକଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଥିବାବେଳେ 'ସାମାନ୍ୟ କଥନ' ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ହୋଇଛି । ବିବିଧ ସଂପର୍କର ସେତୁବନ୍ଧ ମଧ୍ୟ ଦେଇ ଜୀବନ ସକ୍ରିୟ ଏବଂ ଗତିଶୀଳ ହୁଏ ବୋଲି କବି ସୌରୀନ୍ଦ୍ରଙ୍କ ସଂପର୍କ ତତ୍ତ୍ୱ ଅନବଦ୍ୟ । Read More Read Less

1 results found
List viewGrid view
Sort By:
1.
Akasha Pari Nibida1 % NR
Publisher: Black Eagle Books
No Review Yet
₹1,056
₹1,045
Binding:
Paperback
Release:
21 Nov 2022
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
No more records found